ପାଣ୍ଡବ ଏବଂ କୌରବ ମାନଙ୍କ ମଧ୍ୟରେ ହେଉଥିବା ମହାଯୁଦ୍ଧରେ ଏକ ଏପରି ଯୋଦ୍ଧା ଥିଲେ ଯେ କୌରବ ପକ୍ଷରେ ଥିଲେ ମଧ୍ୟ ପାଣ୍ଡବ ମାନଙ୍କ ପାଇଁ ଲଢେଇ କରୁଥିଲେ କିଏ ସେ ଯୋଦ୍ଧା ? ସେ ହଉଛନ୍ତି ଯୁଯୁତ୍ସୁ। ସେ ଧୃତରାଷ୍ଟ୍ରଙ୍କ ର ପୁତ୍ର ଥିଲେ କିନ୍ତୁ ତାଙ୍କ ମା ଗାନ୍ଧାରୀ ନଥିଲେ ତାଙ୍କ ମା ଗାନ୍ଧାରୀଙ୍କ ଦାସୀ ଥିଲେ। ଧୃତରାଷ୍ଟ୍ର ଏବଂ ଦାସୀ ଙ୍କ ମିଳନରେ ଯୁଯୁତ୍ସୁ ଜନ୍ମ ନେଇଥିଲେ। କଥାରେ ଅଛି ଯୁଯୁତ୍ସୁ ଙ୍କ ଜନ୍ମ ସେହି ସମୟରେ ହେଇଥିଲା ଯେଉଁ ସମୟରେ ଦୁର୍ଜୟୋଧନ ଏବଂ ଭୀମ ଙ୍କର ଜନ୍ମ ହୋଇଥିଲା ଜଣେ କୌରବ ହେଇ ମଧ୍ୟ ଯୁଯୁତ୍ସୁ ସର୍ବଦା ଧର୍ମ ସପକ୍ଷରେ ଥିଲେ। ଦ୍ରୌପଦୀ ଙ୍କ ବସ୍ତ୍ରହରଣ ସମୟରେ ମଧ୍ୟ ସେ ଦୁର୍ଯୋଧନ କୁ ବାରଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଦୁର୍ଯୋଧନ ତାଙ୍କ କଥା ମାନି ନଥିଲେ ମହାଭାରତର ଧର୍ମ ଯୁଧ ସମୟରେ ଯୁଯୁତ୍ସୁ କୌରବଙ୍କ ପାଇଁ ଲଢିବା ବଦଳରେ ପାଣ୍ଡବ ମାନଙ୍କ ସପକ୍ଷରେ ଥିଲେ ଏବଂ ଯୁଦ୍ଧ କରିଥିଲେ। ଯୁଯୁତ୍ସୁ ଙ୍କର ଏହି ବଳିଦାନ, ଧର୍ମ ପ୍ରତି ତାଙ୍କ ନିଷ୍ଠାର ପ୍ରମାଣ ଦିଏ।